ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା: ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ବଞ୍ଚିିତ ହିତାଧିକାରୀ ଜିଲ୍ଲା By Nitidin On Feb 18, 2020 Share ପାଟଣା,ଏନ୍ଏନ୍ଏସ୍: ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବାରୁ ପଞ୍ଚାୟତ ଘେରିଛନ୍ତି ଗ୍ରାମବାସୀ। ପଞ୍ଚାୟତର ଡେଣୁଆଁ, କିମିର୍ଧାପଶି ମୁରୁସୁଆଁ କିଆପଡା ଆଦି ଗ୍ରାମର ଶତାଧିକ ହିତାଧିକାରୀ ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି। ଆର୍ଥିକ ସ୍ଵଛଳ ଲୋକେ ଏବଂ ପୂର୍ବରୁ ଘର ପାଇଥିବା ବ୍ୟକ୍ତିଙ୍କ ନାମରେ ପୁର୍ନବାର ଘର ଆସିଥିବାରୁ ଘର ବଣ୍ଟନରେ ଅର୍ଥ ଆଦାୟ ହେଉଥିବା ଅଭିଯୋଗ କରି ପଞ୍ଚାୟତ କାର୍ୟ୍ୟାଳୟ ଘେରାଉ କରିଛନ୍ତି ଉତ୍ୟକ୍ତ ଲୋକେ। ପୂର୍ବରୁ ବହୁବାର ଆବେଦନ କରିଥିଲେ ମଧ୍ୟ ଘର ପାଇ ନଥିବା ପ୍ରକୃତ ହିତାଧିକାରୀ ଉତ୍ୟକ୍ତ ହୋଇ ପଞ୍ଚାୟତ କାର୍ୟ୍ୟାଳୟ ଘେରାଉକରିଛନ୍ତି ବଞ୍ଚିତ ହୋଇଥିବା ହିତାଧିକାରୀ ଫଳରେ ପଞ୍ଚାୟତ ପରିସରରେ ଉତ୍ତେଜନା ଲାଗିରହିଛି। Share