ନୂତନ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅୱସ୍ତୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ୱର୍ଦ୍ଧନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ସହଯୋଗୀ ପକ୍ଷରୁ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅୱସ୍ତୀଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଶ୍ରୀ ଅୱସ୍ତୀ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତ ପୁରୁଣା କଂଗ୍ରେସ ପରିବାର, ଯୁବପିଢ଼ି, ଛାତ୍ରଛାତ୍ରୀ ସମସ୍ତେ ଏକତ୍ରିତ ହେବାପାଇଁ ଆହ୍ୱାନ ଦେଇଥିଲେ। ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଲୋକମାନଙ୍କ ସମସ୍ୟା ଲାଘବ କରିବା ପାଇଁ କଂଗ୍ରେସ କାର୍ଯ୍ୟ କରିବା ବୋଲି ସେ କହିଛନ୍ତି।

ଏହି ସଭାରେ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ମହେନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଆଦିବାସୀ ନେତା ପ୍ରଭାକର ଓରାମ ସଭାପତିତ୍ୱ କରିଥିଲେ। ସେହିପରି ସଞ୍ଜୟ ମହାପାତ୍ର, ପ୍ରଦୀପ୍ତା ପାତ୍ର, ସିଆରାମ ଦାସ, ପ୍ରଶାନ୍ତ ତ୍ରିପାଠୀ, ଫକୀର ନାଏକ, କୃଷ୍ଣ ଚନ୍ଦ୍ର ଭୋଇ, ଜାହାରୁଲ ମୁସ୍ତାଫା ୱରିସ, ସୁବ୍ରତ ପ୍ରଧାନ, ଲିଙ୍ଗରାଜ ବଢେଇ, ଗୁଡୁ ଦାସ, ଅଶ୍ୱିନୀ ବିଶ୍ୱାଲ, ଗଙ୍ଗା ହୋତା, ରାଜେଶ ଶହିସ, ଶାହାରୁଖ ଖାନ, ରାହୁଲ ଠାକୁର, ଭଗିରଥି ପାତ୍ର, ଚିକୁ ଗାନ୍ଧୀଙ୍କ ସମେତ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।