ପାଟଣାଗଡ଼ରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ

ପାଟଣାଗଡ଼, ଏନ୍ଏନ୍ଏସ୍: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଥିବାରୁ ଆଜି ପାଟଣାଗଡ଼ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ସହରର ସମସ୍ତ ଦୋକାନ ବଜାର ସହ ସରକାରୀ ତଥା ବେସରକାରୀ ଅନୁଷ୍ଠାନମାନ ବନ୍ଦ ରହିଛି। କେବଳ ଔଷଧ ଦୋକାନ ଖୋଲା ରହିଛି। ସଟଡାଉନ ଫଳରେ ଘରୋଇ ବସ ଚାଳାଚଳ ବନ୍ଦ ରହିଥିବାବେଳେ ସରକାରୀ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ସହରରେ ପେଟ୍ରୋଲିଙ୍ଗକୁ ମଧ୍ୟ ଜୋରଦାର କରାଯାଇଛି।