ପରଲୋକରେ ତାମିଲ ଅଭିନେତା ବିବେକ

ଚେନ୍ନାଇ: ଲୋକପ୍ରିୟ ତାମିଲ ଅଭିନେତା ବିବେକ ଚେନ୍ନାଇର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିବେକଙ୍କର ଭୋର ୪ଟା ୩୫ରେ ହୃଦଘାତରେ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ହୃଦୟ ରୋଗ ବିଶେଷଜ୍ଞଙ୍କ ଏକ ଦଳ ଜରିଆରେ ତାଙ୍କ ଚେତା ଫେରିଥିଲା। ପରେ ଏଞ୍ଜିୟୋପ୍ଲାଷ୍ଟୀ ପ୍ରକ୍ରିୟା ଆପଣା ଯାଇଥିଲା କାହିଁକିନା ଏକ ପ୍ରମୁଖ ରକ୍ତ ବାହିକା ଅବରୁଧ ହୋଇଯାଇଥିଲା।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ବିବେକ ରଜନୀକାନ୍ତ, ବିଜୟ ଓ ଅଜିତ କୁମାର ସମେତ ଅନେକ ବଡ଼ କଳାକାରଙ୍କ ସହ ଅଭିନୟ କରିଛନ୍ତି। ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ବିବେକ ସକ୍ରିୟ ଥିଲେ।