ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ମିଶିକି ଆଗକୁ ବଢ଼ିବୁ: ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟିଛନ୍ତି । ଏହି ଅବସରରେ ଉଭୟ ନେତା ପ୍ରତିରକ୍ଷା ଓ ବାଣିଜ୍ୟ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ପରେ ବୋରିସ ଜନସନ ସଂଯୁକ୍ତ ବୟାନରେ କହିଛନ୍ତି ଯେ, ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ବନ୍ଧକୁ ଏହି ଯାତ୍ରା ଆହୁରି ସୁଦୃଢ଼ କରିଛି । ଆଜି ଆମର ଶାନଦାର ଆଲୋଚନା ହୋଇଛି ଏବଂ ଆମେ ଆମ ସମ୍ପର୍କକୁ ବିଭିନ୍ନ ଦିଗରୁ ମଜଭୂତ କରିଛୁ ।

ବୋରିସ ଜନସନ ଆହୁରି କହିଛନ୍ତି ଯେ, ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ବନ୍ଧୁତା ଆମ ସମୟର ପରିଭାଷିତ ବନ୍ଧୁତା ମଧ୍ୟରେ ଅନ୍ୟତମ । ଉଭୟ ଦେଶ ବାୟୁ, ଅନ୍ତରୀକ୍ଷ ଓ ସମୁଦ୍ରୀ ବିପଦକୁ ମିଶିକି ସାମ୍ନା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଆମେ ସ୍ଥାୟୀ ଓ ଘରୋଇ ଶକ୍ତି ପାଇଁ ପଦକ୍ଷେପ ନେବୁ ।

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଆଲୋଚନ ସମୟରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସଂଯୁକ୍ତ ବୟାନରେ ମୋଦୀ କହିଛନ୍ତି ଯେ, ଆମେ ୟୁକ୍ରେନରେ ତୁରନ୍ତ ଯୁଦ୍ଧବିରାମ ଏବଂ ସମାଧାନ ପାଇଁ ଡାୟଲୋଗ ଓ କୂଟନୀତିଜ୍ଞ ଉପରେ ଅଧିକ ଚାପ ଦେଇଛୁ । ଆମେ ସବୁ ଦେଶର କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତ୍ୱ ସମ୍ମାନର ମହତ୍ତ୍ୱକୁ ମଧ୍ୟ ଦୋହରାଇଛୁ ।