ନୂଆପଡ଼ା ଅବକାରୀ ବିଭାଗ ଚଢ଼ଉରେ ୬୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ପେଟ୍ରୋଲିଂ ସମୟରେ ୬୦ କେଜି ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୋପାଳର ଆଶା ରାଜପୁତ(୫୫), ରଜନୀ ଜେନା ଓ ଭଲ୍ଲୀ ଶର୍ମା ।

ଅବକାରୀ ବିଭାଗର ସୂଚନାନୁଯାୟୀ, ଗୁରୁବାର ପେଟ୍ରୋଲିଂ ସମୟରେ ନୂଆପଡ଼ା ଖରିଆର ରୋଡ ରେଳ ଫାଟକ ଷ୍ଟେସନ ପାଖରେ ସନ୍ଦେହ ଅବସ୍ଥାରେ ୩ଜଣ ବୁଲୁଥିଲେ । ସେଥିପାଇଁ ସେମାନଙ୍କୁ ଅଟକ ରଖି ତଲାସି କରାଯବିବାରୁ ଗଞ୍ଜେଇ ଜବତ ହୋଇଥିଲା । ଏହି ଚଢ଼ଉରେ ଆଇଇ ହୀରବତୀ ଥାଟି, ଏଏସଆଇ ସୋନା ମାଝୀ, କନେଷ୍ଟବଳ ଦେବୀ ସିଂ ମାଝୀ, ମୁରଲୀଧର ଶବର, ମାଲ୍ୟ ମହଲିଙ୍ଗ, ସଞ୍ଜୀବ, ପୂର୍ଣ୍ଣ ମିକା କନବାର, ରଞ୍ଜିତା ଶବର ଓ ଗିରେନ୍ଦ୍ର କଟା ପ୍ରମୁଖ ସାମିଲ ଥିଲେ ।