ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଯାଦବ ମହାସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଗିରିଜନ ମାନ୍ୟତା ଦେବାକୁ ଦାବୀ କରାଯାଇଛି । ଏନେଇ ଆସନ୍ତା ୨୬ ତାରିଖରେ ମହାସଂଘ ପକ୍ଷରୁ ବିଶାଳ ଜନସମାଗମ କରାଯାଇ ଅଧିକାର ସମାବେଶ କରାଯିବ । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯାଦବମାନେ ବହୁ ପଛରେ ରହିଛନ୍ତି । ସେଥିପାଇଁ ଯାଦବ ଉନ୍ନୟନ ପରିଷଦ ଗଠନ ସମେତ ୧୫ ଦଫା ଦାବୀ ସାମିଲ ଥିବା ନେଇ ସଂଘ ସଭାପତି ଜ୍ୟୋତିରଞ୍ଜନ କଂସ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦେବଦାସ ମହାଙ୍କୁଡ଼, ଦୈତାରି ମାଝୀ, ମନୋଜ ମହାଙ୍କୁଡ଼, ମଦନ ମୋହନ ନାୟକ, ହରି ଗୌଡ଼ ଓ ରାଜେଶ ଗୌଡ଼ଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଯାଦବ ନେତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ପ୍ରକାଶଥାଉ କି, ୨୬ ତାରିଖ ସହରର ଚାମୁରିଆଗୁଡ଼ାଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା କରାଯାଇ ଅଧିକାର ସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।