ବାଲ୍ୟ ବିବାହ ରୋକିଲା ପ୍ରଶାସନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଳି ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇଥିବା ଜଣାପଡ଼ିଛି । ସିଡିପିଓ ସବିତା ଦାଶଙ୍କ ସୂତ୍ରରୁ ପ୍ରକାଶ ଯେ, ତୁଷ୍ଟାପାଳି ଗାଁର ଅଶୋକ ଦେଓଙ୍କ ୧୭ ବର୍ଷ ୯ମାସର ନାବାଳିକା ଝିଅର ବିବାହ ଛନଛଡ଼ା ଗାଁର ଜୈନିକ ଯୁବକଙ୍କ ସହ ଆସନ୍ତା ଫେବୃୟାରୀ ୨୪ ତାରିଖରେ ହେବାକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ଶ୍ରୀମତୀ ଦାଶ, ଭନ୍ଦ୍ରା ସୁପରଭାଇଜର ପ୍ରଭାତ ନଳିନୀ ପଣ୍ଡା, ଖାସବାହାଲ ଅଙ୍ଗନବାଡି ମଞ୍ଜୁ ରଣା, ସଇଁନ୍ତଲା ଥାନା ଏସଆଇ ସଙ୍ଗୀତା ବେକ ଓ ଲକ୍ଷ୍ମଣ ମହାନ୍ତି ଗାଁରେ ପହଞ୍ଚିଥିଲେ । ବିବାହ କାର୍ଡ ଦେଖି ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିବା ପରେ ଝିଅର ବିବାହ ବୟସ ହୋଇନଥିବାରୁ ଏହା ଆଇନ ସମ୍ମତ ନୁହେଁ ବୋଲି ବୁଝା ଯାଇଥିଲା । ଝିଅର ବିବାହ ବୟସ ହେବାପରେ ବିବାହ କରିବି ବୋଲି ବାପା ଶ୍ରୀଯୁକ୍ତ ଦେଓ ଲିଖିତ ଭାବେ ଦେବା ପରେ ବିବାହ ବନ୍ଦ କରାଯାଇଥିବା ସିଡିପିଓ ଶ୍ରୀମତୀ ଦାଶ ସୂଚନା ଦେଇଛନ୍ତି ।