ମୋଦୀଙ୍କ ମୁହଁ ଦେଖିବାକୁ ଚାହୁଁନୁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ରାଲିରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଟାକ୍ଷ କରିଛନ୍ତି। ମମତା କହିଛନ୍ତି ଯେ, ଆମକୁ ବିଜେପି ଦରକାର ନାହିଁ ସେଥିପାଇଁ ତାକୁ ଅଲବିଦା। ଆମେ ମୋଦୀଙ୍କ ମୁହଁ ଦେଖିବାକୁ ଚାହୁଁନାହୁଁ। ଆମେ ହିଂସା, ଲୁଟ, ଦୁର୍ଯ୍ୟୋଧନ, ଦୁଶାସନ ଓ ମୀର ଜାଫର ଚାହୁଁନୁ।

ମମତା ନନ୍ଦୀଗ୍ରାମ ଘଟଣାକୁ ମନେ ପକାଇ କହିଛନ୍ତି ଯେ, ବିରୋଧୀ ପ୍ରଥମେ ମୋ ମୁଣ୍ଡ ଆଉ ଏବେ ମୋ ଗୋଡ଼କୁ ଆଘାତ କରିଛନ୍ତି। ହେଲେ ମୁଁ ବି ଜଣେ ଯୋଦ୍ଧା। ଟିଏମସି ସହ ବିଦ୍ରୋହାଚରଣ କରିଥିବା ନେତାଙ୍କୁ ବିଜେପି ଟିକେଟ ପ୍ରଦାନ କରିଛି। ସେଥିପାଇଁ ବିଜେପିର ପୁରୁଣା ନେତା ଘରେ ବସି ଲୁହ ଝରାଉଛନ୍ତି।