ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆଜି ହେଉଛି ଦ୍ୱିତୀୟ ଦିନ । ଇତିମଧ୍ୟରେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଲାବରୋବ କହିଛନ୍ତି ଯେ, ୟୁକ୍ରେନ ସେନା ଯଦି ଲଢ଼ିବା ବନ୍ଦ କରିଦେବ ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ୟୁକ୍ରେନକୁ ଋଷ ଅତ୍ୟାଚାରରୁ ମଧ୍ୟ ମୁକ୍ତ କରିବାକୁ ଚାହୁଁଛି ।