ପାଟଣାଗଡ଼,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ପରେ ଆଜି ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସେଥିପାଇଁ ପାଟଣାଗଡ଼ ବିଜେପି ତରଫରୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ରାଜଖମାରଠାରେ ପାଟଣାଗଡ଼ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ପୂବର୍ତନ ମନ୍ତ୍ରୀ କନକବଦ୍ଧର୍ନ ସିଂଦେଓ ଓ ପୂର୍ବତନ ଏନଏସି ନଗରପାଳ ମାନସମଞ୍ଜରୀ ପାଣିଗ୍ରାହୀଙ୍କ ସେମତ ପାଟଣାଗଡ଼ ଏନଏସିର ସମସ୍ତ ୧୫ଟି ୱାର୍ଡର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଏନଏସି ନଗରପାଲ ଶୈଳବାଲା ବାଗ, ପୂର୍ବତନ କାଉନସିଲର ରାଧେଶ୍ୟାମ ମେହେର, ପ୍ରଦୀପ ବଂଶଲ, ବିଶମ୍ବର ପାଣିଗ୍ରାହୀ, ଉପନଗରପାଳ ରମାନାଥ ହୋତା, ଅଶୋକ କୁଅଁର, ରାଧେଶ୍ୟାମ ଧରୁଆନ ଓ ସୁଶାନ୍ତ ଦାସଙ୍କ ସେମତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।