ସୁବର୍ଣ୍ଣରେଖା ନଦୀରେ ବଢ଼ୁଛି ପାଣି, ୨୦ ଗାଁରେ ପଶିଲାଣି ପାଣି

ବାଲେଶ୍ୱର,ଏନ୍ଏନ୍ଏସ୍: ସୁବର୍ଣ୍ଣରେଖା ନଦୀରେ ପାଣି ଲଗାତାର ବଢୁଥିବା ହେତୁ ବନ୍ୟା ଆଶଙ୍କା ଦେଖାଦେଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଗଲୁଡିହ ବ୍ୟାରେଜ ରୁ ଅଧିକ ମାତ୍ରାରେ ପାଣି ପ୍ରବାହିତ ହେଇ ସୁବର୍ଣ୍ଣରେଖା ନଦୀ ଫୁଲୁଛି। ଫଳରେ ବାଲିଆପାଳ ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ଟି ଗାଁରେ ବନ୍ୟା ପାଣି ପଶିଛି।

ଜଳେଶ୍ବର ସ୍ଥିତ ରାଜଘଟ ଘାଟ ଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬ ଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୦.୬ ଉପରେ ପାଣି ପ୍ରଭାବିତ ହେଉଛି। ବିପଦ ସଂକେତ ଟପିଲେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ,ଆଠବାଟିଆ, ସୁଙ୍ଗ ମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରା, ବାଲିଆପାଳ, ଜଳେଶ୍ୱର ବ୍ଲକର ଛୋଟ ଖାନପୁର ଇତ୍ୟାଦି ଅଞ୍ଚଳରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।