ଦରମା ବୃଦ୍ଧି ଦାବିରେ ଆନ୍ଦୋଳନରେ ବସିଛନ୍ତି ମୋ’ ବସ୍ ଡ୍ରାଇଭର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବରୁ ଦୀର୍ଘ ୩ ମାସ ଧରି ମୋ’ ବସ୍ ସେବା ବନ୍ଦ ରହିବା ପରେ ଗତକାଲି ଠାରୁ ରାଜ୍ୟର ସବୁ ରୁଟରେ ବସ ଗଡ଼ିବା ନେଇ କୃଟ୍ ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସକାଳୁ ଏହାର ବିପରୀତ ଦେଖିବାକୁ ମିଳିଛି। ସବୁ ରୁଟରେ ଗଡୁନି ମୋ’ ବସ୍। ଦରମା ବୃଦ୍ଧି ଦାବି କରି ଆନ୍ଦୋଳନ କରିଛନ୍ତି ମୋ’ ବସ୍ ଡ୍ରାଇଭର। ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା କୃଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପୂର୍ବରୁ ଡ୍ରାଇଭର ମାନଙ୍କ ମାସିକ ଦରମା ୧୨ ହଜାର ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରି ୧୮ ହଜାର ଟଙ୍କା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ଦାବି ପୂରଣ ନହେବା ଯାଏଁ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଡ୍ରାଇଭରଙ୍କ ଏହି ଆନ୍ଦୋଳନକୁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ସମର୍ଥନ କରି ଧାରଣାରେ ବସିଛନ୍ତି।