ପାଣି ପମ୍ପ ଜବତ ,୨ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ବୁଟିଆଡିହି ଗ୍ରାମରେ ଥିବା ଉଠା ଜଳସେଚନ ପଏଣ୍ଟରୁ ଚୋରି ହୋଇଥିବା ପାଣି ପମ୍ପକୁ ଦେବଗଡ଼ ପୁଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି। ସୂଚନା ଅନୁଯାୟୀ, ବୁଟିଆଡିହି ଗ୍ରାମର ଚାଷୀ ବୈରାଗୀ ମାଝୀ ଓ ଗଗନ ସାମାଡ ଚାଷ କାମ ପାଇଁ ପାଣିପମ୍ପ ଉଠା ଜଳସେଚନ ପଏଣ୍ଟରେ ସ୍ଥାପନ କରିଥିଲେ। ଗତ ଜୁନ ୩ ତାରିଖ ଦିନ ସେମାନଙ୍କ ପମ୍ପ କେହି ଚୋରି କରି ନେଇଥିଲେ।

ଏନେଇ ଗତ ୧୦ ତାରିଖ ଦିନ ଉଭୟ ଚାଷୀ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବଳମ ଶାସନସାହି କାମିନୀ ପାଳର କାର୍ତ୍ତିକ କୁମ୍ଭାର(୩୨) ଓ ସମ୍ବରା ବାର୍ଲା (୨୫) ଉକ୍ତ ପାଣି ପମ୍ପ ଚୋରି କରିଥିବା ଜାଣିବାକୁ ପାଇଥିଲେ। ପୁଲିସ କାର୍ତ୍ତିକ ଓ ସମ୍ବରାକୁ ଅଟକ ରଖି ପଚରାଉଚୁରା କରିବାପରେ ସେମାନେ ପାଣି ପମ୍ପ ଚୋରି କରିଥିବା ସ୍ୱୀକାର କରିଥିଲେ। ପୁଲିସ ୨ଟି ପାଣିପମ୍ପକୁ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।