ବାୟୋମେଟ୍ରିକ ଭେରିଫିକେସନ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାରେ ବାୟୋମେଟ୍ରିକ ବ୍ୟବହାର ସ୍ଥଗିତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ  ବିପିଏଲ ପରିବାରଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳ, ଗହମ ଓ କିରାସିନି ପାଇଁ ହିତାଧିକାରୀଙ୍କ ଆଧାର ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତା ମୂଳକ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ହିତାଧିକାରୀଙ୍କ ବାୟୋମେଟ୍ରିକ ଭେରିଫିକେସନ ଯୋଗୁଁ କରୋନା ସଂକ୍ରମଣ ବଢିବା ଆଶଙ୍କାରହିଛି ।

ତେଣୁ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ତାଙ୍କ ନିର୍ବାଚନମଣ୍ଡଳୀର ଗରିବ ବିପିଏଲ ହିତାଧିକାରୀଙ୍କ ବାୟୋମେଟ୍ରିକ ଭେରିଫିକେସନକୁ ତୁରନ୍ତ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଶ୍ରୀ ଗଙ୍ଗଦେବ ସୂଚନା ଦେଇଛନ୍ତି।