ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ଉପଖଣ୍ଡର ବେଲପଡ଼ା ବ୍ଲକ୍ର ସୁଲେକେଲା ପଞ୍ଚ।ୟତ ଅନ୍ତର୍ଗତ ଝରିଆମୁଣ୍ଡା ଗ୍ରାମରେ ଏବେଠୁ ପିଇବା ପାଣି ଘୋର ଅଭାବ ଦେଖାଦେଇଛି। ଏ ସମ୍ପର୍କରେ ଜନସାଧାରଣ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ବାଧ୍ୟ ହୋଇ କୋଶଳ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ନେଇ ସୋମବାର ବନମାଳି ନାୟକ ଓ ସିପୁନ ଖମାରୀଙ୍କ ନେତୃତ୍ୱରେ ବେଲପଡ଼ା ତାରିଣୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରିଛି।
