ଝରିଆମୁଣ୍ଡା ଗାଁରେ ଏବେଠୁ ପିଇବା ପାଣି ସମସ୍ୟା, ବ୍ଲକ୍‌ ଅଫିସ ସମ୍ମୁଖରେ ବିକ୍ଷୋଭ

ପାଟଣାଗଡ଼,ଏନ୍ଏନ୍ଏସ୍ପାଟଣାଗଡ଼ଉପଖଣ୍ଡର ବେଲପଡ଼ା ବ୍ଲକ୍‌ର ସୁଲେକେଲା ପଞ୍ଚ।ୟତ ଅନ୍ତର୍ଗତ ଝରିଆମୁଣ୍ଡା ଗ୍ରାମରେ  ଏବେଠୁ ପିଇବା ପାଣି ଘୋର ଅଭାବ ଦେଖାଦେଇଛି। ଏ ସମ୍ପର୍କରେ ଜନସାଧାରଣ ବ୍ଲକ୍‌ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ବାଧ୍ୟ ହୋଇ କୋଶଳ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ନେଇ ସୋମବାର ବନମାଳି ନାୟକ ଓ ସିପୁନ ଖମାରୀଙ୍କ ନେତୃତ୍ୱରେ ବେଲପଡ଼ା ତାରିଣୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରିଛି।

ଏଥିରେ ଝରିଆମୁଣ୍ଡାର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ବେଲପଡ଼ା ବ୍ଲକ୍‌  ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡିଶା ସରକାର ଓ ବିଡିଓଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହ ବିଡିଓଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିରେ ଝରିଆମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉଲ୍ଲେଖ ରହିଛି।

ସେହିପରି ଝରିଆମୁଣ୍ଡା ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ, ଉକ୍ତ ଗ୍ରାମର ପ୍ରକୃତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେସାମିଲ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ସମୟରେ ବିଡ଼ିଓ ଅନୁପସ୍ଥିତ ଥିବାରୁ ଏବିଡ଼ିଓ ସେମାନଙ୍କ ପାଖକୁ ଆସି ଏହି ସମସ୍ୟାର ଆଗାମୀ ୧୫ ଦିନ ମଧ୍ୟରେ ସବୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକାରୀମାନେ ବିକ୍ଷୋଭରୁଓହରି ଥିଲେ।