ଭ୍ରୁଙ୍ଗୀଯୋଡ଼ି ଗାଁରେ ଜଳ କଷ୍ଟ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ଭଙ୍ଗୀଯୋଡ଼ି ପଞ୍ଚାୟତ ଭୃଙ୍ଗିଯୋଡ଼ି ଗାଁରେ ଜଳ କଷ୍ଟ ଦେଖିବାକୁ ମିଳିଛି । ଦିନକୁଦିନ ଖରା ବଢ଼ି ଚାଲିଥିବାବେଳେ ଗତ ୨ମାସରୁ ଊର୍‌ଦ୍ଧ୍ୱ ହେବ ଚାଲିଥିବା ସୋଲାର ଜଳ ଅମଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡ଼ିଛି । ଗାଁରେ ପୂର୍ବରୁ ପାଣି ସମସ୍ୟା ଦେଖା ଦେଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ ପର୍ଯ୍ୟନ୍ତ ବହୁବାର ଯୋଗାଯୋଗ ପରେ ଫିରିଙ୍ଗିଆ ବିଡିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଯୋଗୁ ଗାଁରେ ସୋଲାର ଜଳ ଅମଳ ପ୍ରକଳ୍ପ ଲାଗିବାରୁ ଲୋକେ ପିଇବା ପାଇଁ ପାଣି ପାଉଥିଲେ । ଅଞ୍ଚଳରେ ସେମିତି କିଛି ପାଣିର ସୁବିଧା ନଥିବାବେଳେ ଜନସଂଖ୍ୟା ଅଧିକ ହେବାବେଳକୁ ଗୋଟାଏ ସୋଲାର ଜଳ ପ୍ରକଳ୍ପରେ ପ୍ରାୟ ୫୦ ପରିବାର ଯେଣେତେଣ ପ୍ରକାରେ ଚଳି ଯାଉଥିଲା । ହେଲେ ଦୀର୍ଘ ଦିନରୁ ଏହି ପ୍ରକଳ୍ପ ଅଚଳ ହୋଇଥିବାବେଳେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣ ୁନାହାନ୍ତି । ଅନ୍ୟପଟେ ପ୍ରକଳ୍ପକୁ ତୁରନ୍ତ ମରାମତି ପାଇଁ ଗ୍ରାମର ବୁଟୁ କହଁର, ରିମିସା କହଁର, ସଞ୍ଜୟ ସାହୁ, ଉଦ୍ଧବ କହଁର, ଦେବେନ୍ଦ୍ର କହଁର, ବିପିନ୍ ବଗର୍ତ୍ତି ଓ ସୀଙ୍ଗୁରା କହଁର ଦାବୀ କରିଛନ୍ତି । ଅନ୍ୟପଟେ ଦାୟିତ୍ୱରେ ଥିବା ଯନ୍ତ୍ରୀ ତିର୍କିଙ୍କୁ ପଚାରିବାରୁ ଗାଁରୁ କୌଣସି ଅଭିଯୋଗ ଆସିନାହିଁ ଏବଂ ତୁରନ୍ତ ମରାମତି କରି ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ।