ରାସ୍ତା ଓ ପାଣି ସୁବିଧାରୁ ବଞ୍ଚିତ ପୌରାଞ୍ଚଳର ୧୫ ପରିବାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୬ ନମ୍ବର ୱାର୍ଡରେ ରହୁଥିବା୧୫ ପରିବାର ରାସ୍ତା ଓ ପାଣି ସୁବିଧାରୁ ବଞ୍ଚିତ ରହିଥିବାରୁ ଆଜି ଜିଲ୍ଲାପାଳଙ୍କୁ ଏ ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୬ନମ୍ବର ୱାର୍ଡ ହାତିସାଲ ସାହି ସମଲେଶ୍ୱରୀ ମଣ୍ଡପ ପାଖ ଗଳିରେ ଶୋଭା ପାତ୍ର, ଧ୍ରୁବ ପାତ୍ର, ଲୋକନାଥ ପାତ୍ର, ସୁବାସ ପାତ୍ର, ଗଣସି ପାତ୍ର, ଲକ୍ଷ୍ମୀଧର କୁସୁମ, ପ୍ରଶାନ୍ତ କୁସୁମ, ଭକ୍ତ ନାଏକ, ଧନମଣି ନାଏକ, ମଞ୍ଜରୀ ପାତ୍ର, ରଞ୍ଜିତ ପାତ୍ର, ସୁମିତ୍ରା ପାତ୍ର ବାସୁଦେବ ପାତ୍ର, ନିଶାମଣି ପାତ୍ର, ରଞ୍ଜିତା ପାତ୍ର ଓ ରୀନା ପାତ୍ର ପ୍ରମୁଖଙ୍କ ପରିବାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ପାଇଁ ଆଜିଯାଏ ପୌରପରିଷଦ ପକ୍ଷରୁ ରାସ୍ତା ଓ ପାଣିର ସୁବିଧା କରାଯାଇ ନାହିଁ। ଏନେଇ ସେମାନେ ବହୁବାର ପୌର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସମୃକ୍ତ ପରିବାରର ସଦସ୍ୟ ସଦସ୍ୟାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଲିଖିତ ଅଭିଯୋଗ କରିଛନ୍ତି।