ଝାରସୁଗୁଡାରେ ପ୍ରଥମ ଓାଟର ପାର୍କ ଉଦଘାଟିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଲହଣ୍ଡାବୁଡରେ ଜିଲ୍ଲାର ପ୍ରଥମ ଓାଟରପାର୍କ ଆଜି ଉଦଘାଟିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଓାଟର ପାର୍କକୁ ଉଦଘାଟନ କରିଛନ୍ତି। ପୂର୍ବରୁ ଝାରସୁଗୁଡାବାସୀଙ୍କୁ ଓାଟର ପାର୍କରେ ଗାଧୁଆ ପାଧୁଆ ତଥା ମଉଜ ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡୁଥିଲା। ତେବେ ଜିଲ୍ଲାରେ ଏହି ପାର୍କ ଖୋଲିବା ପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ଲୋକେ ଆସି ଗାଧୁଆର ମଜା ନେଇପାରିବେ।