ବିନା ହ୍ୟାଣ୍ଡଲରେ ନଳକୂଅରୁ ବାହାରୁଛି ପାଣି

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସୋନପୁର ପଞ୍ଚାୟତରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂଅରେ ହ୍ୟାଣ୍ଡଲ ନଥିବା ବେଳେ ସେହି ନଳକୂଅରୁ ଅନବରତ ପାଣି ବୋହିବାରେ ଲାଗିଛି। ବିନା କଷ୍ଟରେ ବର୍ଷସାରା ଏହିଭଳି ଭାବରେ ସେହି ନଳକୂଅରୁ ପାଣି ବୋହୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

ଦୀର୍ଘ ୫ବର୍ଷ ତଳେ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ନଳକୂଅଟିଏ ଖନନ କରାଯାଉଥିଲା। ସେହି ସମୟଠାରୁ ନଳକୂଅର ଅଳ୍ପକିଛି ଯନ୍ତ୍ରାଂଶ ଖଞ୍ଜା ଯାଇଥିବା ବେଳେ ନଳକୂଅର ହ୍ୟାଣ୍ଡଲ ମଧ୍ୟ ଲଗାଯାଇନାହିଁ। ନଳକୂଅ ଖନନର ଅଧାରୁ ହିଁ ପାଇପ ମଧ୍ୟରୁ ଉପରକୁ ପାଣି ଉଠିବାରୁ କାମ ଆଉ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଫଳରେ ବର୍ଷସାରା ନଳକୂଅରୁ ପାଣି ବୋହି ନଷ୍ଟ ହେଉଛି।

ଜଳକୁୁ ସଂରକ୍ଷଣ କରିବା ସହିତ ଏହି ନଳକୂପ ଜରିଆରେ ବିଦ୍ୟାଳୟକୁ ପାଇପ୍ ମାଧ୍ୟମରେ ପାନୀୟଜଳ ଯୋଗାଇଲେ ଭଲ ହୋଇଥାନ୍ତା ବୋଲି ପଞ୍ଚାୟତ ସମିତି ସଭ୍ୟ ଉପେନ୍ଦ୍ର ମୁଠାମାଝୀ, କାନ୍ଦୁରା ପ୍ରଧାନ, ସିଦ୍ଧି ବେହେରଦଳେଇ, ପୂର୍ବତନ ସମିତିସଭ୍ୟ ହିଡ଼ନ୍ଧୀ ଦଣ୍ଡସେନା, ପୀତାମ୍ବର ରୂପାମାଝୀ ପ୍ରମୁଖ କହିଛନ୍ତି।