ମହାନଦୀରେ ବଢ଼ିଲା ଜଳସ୍ତର : ଗଣିଆ ଛାମୁଣ୍ଡିଆ ଯୋଗାଯୋଗ ବିଚ୍ଛିନ୍ନ

ନୟାଗଡ଼,ଏନ୍ଏନ୍ଏସ୍ : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ନଦୀ ସମେତ ମହାନଦୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଫଳରେ ଆଜି ସକାଳୁ ଗଣିଆ ଛାମୁଣ୍ଡିଆ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏହା ଆଗକୁ ବନ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ସେହିପରି ଭାପୁର ବ୍ଲକର କିଛି ଗ୍ରାମ ଜଳମଗ୍ନ ହେବ ବୋଲି ଆଶଙ୍କା ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ ନଜର ରଖାଯାଇଥିବାବେଳେ ଭାପୁର ଓ ଗଣିଆ ବ୍ଲକ ପ୍ରଶାସନ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ମିଳିଛି ।