ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ଟାଉନ ଥାନା ପୁଲିସ ଡକାୟତି ଯୋଜନାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜୟପୁର ଖାଲସାହିର ଇଶୁରାଜ୍ ହିଆଲ୍(୨୫), ସାଇ ଯାନୀ(୩୮), ବ୍ରାହ୍ମୀଗାଁର ସମୀର ହରିଜନ(୧୮), ବାପୁଜୀ ନଗରର ଶଙ୍କର ଟାକ୍ରୀ(୨୦) ଓ ଜଗଦିଶ ନଗ(୩୫)। ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ୫ଜଣ ଜୟପୁର ସତୀଗୁଡ଼ା ଡ୍ୟାମ୍ ଛକ ନିକଟରେ ଏକତ୍ରିତ ହୋଇ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଟାଉନ୍ ଥାନା ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇ ସେଠାରେ ପହଞ୍ଚି ସମସ୍ତଙ୍କୁ କାବୁ କରିଥିଲା। ଏଥିସହିତ ସେମାନଙ୍କ ନିକଟରୁ ୩ଟି ଟର୍ଚ୍ଚ ଲାଇଟ୍,୨ପେକେଟ୍ ଲଙ୍କାଗୁଣ୍ଡ, ଖଣ୍ଡା ଓ ଲୁହାଛଡ଼ ଜବତ କରିଥିଲା। ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।