ଉପମୁଖ୍ୟ ସଚେତକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଯୁବ ବିଧାୟକ ସରୋଜ କୁମାର ମେହେରଙ୍କୁ ୧୬ତମ ବିଧାନସଭାର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିବା ପରେ ସେ ନିଜ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼ରେ ପହଞ୍ଚିଛନ୍ତି । ଶ୍ରୀ ମେହେର ନିଜ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଅପେକ୍ଷାରତ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କୁ ଏଭଳି ଏକ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ଦଳୀୟ ନେତା ତଥା ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ସୁଜିତ ମେହେର, ସୁକୁମାର ବାରିକ ଓ ପ୍ରଦୀପ ମେହେର ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଥିଲେ ।