ନୟନତାରା ଓ ବିଗ୍ନେଶଙ୍କ ସରିଲା ବିବାହ

ମୁମ୍ବାଇ: ସାଉଥ ଅଭିନେତ୍ରୀ ନୟନତାରା ଓ ନିର୍ଦ୍ଦେଶକ ବିଗନେଶ ଶିବମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଗନେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି । ନୟନତାରା ଓ ବିଗନେଶଙ୍କ ବିବାହ ଉତ୍ସବ ମହାବଲିପୁରମର ଲଗଜରୀ ରିସର୍ଟରେ ଅନୁଷ୍ଠିତ ହୋଇଛି । ଲାଲି ରଙ୍ଗର ଶାଢ଼ୀରେ ନୟନତାରା ଖୁବ୍ ସୁନ୍ଦର ଦିଶୁଥିଲେ । ଉକ୍ତ ବିବାହରେ ବଲିଉଡରୁ ଶାହରୁଖ ଖାନ୍ ଓ ବୋନୀ କପୁର ଉପସ୍ଥିତ ଥିବାବେଳେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ମଣିରତ୍ନମ୍‌, ରଜନୀକାନ୍ତ, ବିଜୟ ସେତୁପତି ଓ ଥଲପତି ବିଜୟ ସମେତ ଅନେକ ହସ୍ତି ସାମିଲ ଥିଲେ ।

ସୂଚନାଯୋଗ୍ୟ, ନୟନତାରା ଓ ବିଗ୍ନେଶ ୭ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିଲେ । ବିଗ୍ନେଶଙ୍କ ଫିଲ୍ମ ‘ନାନୁମ ରାଉଡୀଡନ’ ଫିଲ୍ମର ସୁଟିଂ ସମୟରେ ନୟନତାରା ତାଙ୍କ ନିକଟତର ହୋଇଥିଲେ । ଉକ୍ତ ଫିଲ୍ମର ନିର୍ଦ୍ଦେଶନା ଭାର ବିଗ୍ନେଶ ସମ୍ଭାଳୁଥିଲେ । ସେହି ସମ୍ପର୍କରେ ଦୁହେଁ ଦୁହିଁଙ୍କୁ ଜାଣିବା ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ନୟନତାରା ଓ ବିଗ୍ନେଶ ୨୦୨୧ରେ ନିର୍ବନ୍ଧ କରିଥିଲେ ।