ମହାକାଶରେ ପଦଯାତ୍ରା: ୱଙ୍ଗ୍ ୟାପିଙ୍ଗ୍ ପ୍ରଥମ ମହିଳା ଚୀନ୍ ମହାକାଶଚାରୀ

ବେଜିଂ,ଏଜେନ୍ସି: ଚୀନ୍‌ର ପ୍ରଥମ ମହିଳା ମହାକାଶଚାରୀଭାବେ ୱଙ୍ଗ୍ ୟାପିଙ୍ଗ୍ ମହାକାଶରେ ପଦଯାତ୍ରା କରିବାର ସୌଭାଗ୍ୟଲାଭ କରିଛନ୍ତି। ଚୀନ୍ ଇତିମଧ୍ୟରେ ‘ତିଆନ୍‌ଗୋଙ୍ଗ୍‌’ ନାମରେ ଏକ ମହାକାଶ କେନ୍ଦ୍ର ସ୍ଥାପନ କରୁଛି। ଚଳିତବର୍ଷ ପ୍ରାରମ୍ଭରେ ଅନ୍ୟ ମହାକାଶଚାରୀଙ୍କ ସହ ୱଙ୍ଗ୍ ଏହି କେନ୍ଦ୍ରରେ ପହଞ୍ଚିଥିଲେ। ରବିବାର ରାତିରେ ୱଙ୍ଗ୍ ଓ ସାଥି ମହାକାଶଚାରୀ ଝାଇ ଝିଗଙ୍ଗ୍ ମହାକାଶ କେନ୍ଦ୍ରରୁ ବାହାରକୁ ଆସି ମହାକାଶରେ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଚୀନ୍ ପକ୍ଷରୁ କୁହାଯାଇଛି।