କେନ୍ଦୁଝର/ହରିଚନ୍ଦନପୁର,ଏନ୍ଏନ୍ଏସ୍: ପଣ୍ଡାପଡ଼ା ଥାନା ହରିଚନ୍ଦନ ପୁର ବ୍ଳକ୍ ମିଶ୍ରମାଳ ଗାଁ’ରେ ବୁଧବାର ରାତ୍ରିରେ ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଗତକାଲି ରାତ୍ରିରେ ମକରା ମୁଣ୍ଡା, ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା ଓ ଜ୍ୱାଇଁ ମୁନା ମୁଣ୍ଡା ଘରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଶଦ୍ଧ ଶୁଣି ଘରର ଆର ପଟେ ଶୋଇଥିବା ପୁଅ କରମୁ ମୁଣ୍ଡା ପଡୋଶୀକୁ ଡାକି ନିଜର ବାପା, ମା ଓ ଭିଣୋଇଙ୍କୁ ଉଦ୍ଧାର କରିଥିଲେ ।
