ଲଗାଣ ବର୍ଷାରେ କାନ୍ଥ ପଡ଼ି ବାପା ମୃତ, ସ୍ତ୍ରୀ ଓ ଜ୍ୱାଇଁ ଗୁରୁତର

କେନ୍ଦୁଝର/ହରିଚନ୍ଦନପୁର,ଏନ୍ଏନ୍ଏସ୍: ପଣ୍ଡାପଡ଼ା ଥାନା ହରିଚନ୍ଦନ ପୁର ବ୍ଳକ୍ ମିଶ୍ରମାଳ ଗାଁ’ରେ ବୁଧବାର ରାତ୍ରିରେ ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଗତକାଲି ରାତ୍ରିରେ ମକରା ମୁଣ୍ଡା, ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା ଓ ଜ୍ୱାଇଁ ମୁନା ମୁଣ୍ଡା ଘରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଶଦ୍ଧ ଶୁଣି ଘରର ଆର ପଟେ ଶୋଇଥିବା ପୁଅ କରମୁ ମୁଣ୍ଡା ପଡୋଶୀକୁ ଡାକି ନିଜର ବାପା, ମା ଓ ଭିଣୋଇଙ୍କୁ ଉଦ୍ଧାର କରିଥିଲେ ।

ବାପା, ମା’ ଗୁରୁତର ଥିବା ବେଳେ ଭିଣୋଇ ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ୧୦୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ବେଳକୁ ବାପା ମକରା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ସେହିପରି ମା’ ସୋମବାରା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବିଜୁ ପକ୍କାଘର ଯୋଜନା ପାଇବା ପାଇଁ ମକରା ବ୍ଳକ୍ ଦୈଡି ଦୌଡି ବହୁ କଷ୍ଟରେ ପାଇଥିଲେ । କିନ୍ତୁ ଘର କାମ ଆରମ୍ଭ ପୂର୍ବରୁ ମକରା ଚାଲିଗଲା । ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।