ପରିତ୍ୟକ୍ତ୍ୟ କୂଅରୁ ଊଦ୍ଧାର ହେଲା ହାତୀ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ବନଖଣ୍ଡର ବଡ଼ଗାଁ ଫରେଷ୍ଟ ରେଞ୍ଜ୍‌ ଅନ୍ତର୍ଗତ ବୀରତୁଲା ଜଙ୍ଗଲ ମଧ୍ୟରେ ପାଣି ଥିବା ଗୋଟାଏ ପରିତ୍ୟକ୍ତ କୂଅରେ ଗୋଟାଏ ହାତୀ ଖସି ପଡ଼ିଛି। ସୂଚନା ଅନୁସାରେ ୨୦ଟିକିଆ ହାତୀ ପଲ ସେ ଅଞ୍ଚଳଦେଇ ଯାଉଥିବା ବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଗୋଟାଏ ହାତୀ ସେ କୂଅ ଭିତରେ ପଡ଼ିଯାଇଥିଲା।

ଜେସିବି ସାହାର୍ଯ୍ୟରେ ବନବିଭାଗ କର୍ମଚାରୀମାନେ କୂଅ ମଧ୍ୟରୁ ହାତୀଟିକୁ ବାହାର କରିଥିବା ଜଣାଯାଇଛି। ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ହାତୀଟିକୁ କୂଅ ମଧ୍ୟରୁ ବାହାର କରିବାରେ ସମର୍ଥ ହୋଇଛି। ହାତୀଟି ଗତ ରାତିରୁ କୂଅ ମଧ୍ୟରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।