ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ୱାକାଥନ

ବରଗଡ଼,ଏନ୍ଏନ୍ଏସ୍: ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବରଗଡ଼ରେ ଏକ ୱାକାଥନ ଆୟୋଜିତ ହୋଇଯାଇଛି। ବରଗଡ଼ ଭଟଲି ଛକରୁ ଏହି ୱାକାଥନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଓ ଏସପି ପଦ୍ମିନୀ ସାହୁ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ୱାକାଥନ ଭଟଲି ଛକରୁ ଆରମ୍ଭ ହୋଇ ଗାନ୍ଧୀ ଛକ ଦେଇ ମୁଖ୍ୟ ରାସ୍ତାର ଥାନା ଛକ ପର୍ଯ୍ୟନ୍ତ ଯାଇଥିଲା। ଏ ଅବସରରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇଥିଲେ।