ଦେଶରେ କମୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୩,୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଲଗାତାର କରୋନା ସଂକ୍ରମଣ ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩ ହଜାର ୭୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୭୧ ହଜାର ୭୭୩ରେ ପହଞ୍ଚିଛି। ସେଥିରୁ ଗତ ୨୪ ଘଣ୍ଟାରେ ୧୪ ହଜାର ୪୫୭ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୧୨ ଛୁଇଁଛି। ମୋଟ କରୋନାରେ ଦେଶରେ ୧ ଲକ୍ଷ ୫୨ ହଜାର ୪୧୯ ଜଣ ପ୍ରାଣ ହରାଇଥିବା ବେଳେ ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨ ଜଣ ସୁସ୍ଥ ହୋଇସାରିଛନ୍ତି।