ବ୍ରଜରାଜନଗର ଉପ-ନିର୍ବାଚନ: ୭୯ ବୁଥରେ ୧୧ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ବ୍ରଜରାଜନଗର,ଏନ୍ଏନ୍ଏସ୍: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମୋଟ୍ ୨୭୯ ବୁଥରେ ହେବ ମତଦାନ। ଏନେଇ ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ମୋଟ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ।

ସେହିପରି ୫୦ ପ୍ରତିଶତ ବୁଥରେ ହେବ ଓ୍ବେବକାଷ୍ଟିଂ । ଆବଶ୍ୟକ ପଡ଼ିଲେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ସୁବିଧା କରାଯାଇଛି।ବୁଥରେ ଡମି ଭୋଟର ରହି ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା କରିବେ।

ଭୋଟ ଦିନ ନିର୍ବାଚନମଣ୍ଡଳୀ ସମସ୍ତ ଘରୋଇ ଓ ସରକାରୀ କର୍ମଚାରୀଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରାଯାଇଛି। ସମ୍ବେଦନଶୀଳ ବୁଥ୍ ପାଇଁ ୬୧ ଜଣ ମାଇକ୍ରୋ ଅବଜର୍ଭର ରହିବେ। ଭୋଟିଂ ପାଇଁ ଆବଶ୍ୟକ ଇଭିଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ମୋଟ୍ ୨୭୯ ବୁଥରେ ମତଦାନ ହେବ। ଏଥିରେ ୫ଟି ପିଙ୍କ୍ ବୁଥ ରହିଛି। ୫୨୫ ଜଣ ଭୋଟର ଘରୁ ଭୋଟ୍ ଦେବା ପାଇଁ ଆବେଦନ କରିଥିଲେ।