ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ପ୍ରକାଶ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲିଗୁଡ଼ା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମୁଦାୟ ୪୧୯ଟି ବୁଥ ଅଧୀନସ୍ଥ ସମସ୍ତ ମତଦାତାଙ୍କ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ପ୍ରକାଶନ ପରେ ଏହି ତାଲିକାର ନକଲ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଓ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ମତଦାତାଙ୍କ ଅବଗତି ନିମନ୍ତେ ଉପଲବ୍ଧ ହେବ । ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ତାଲିକା ଅନୁଯାୟୀ ମତଦାତାଙ୍କ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିବା ସହିତ ଭୋଟରଙ୍କ ବିବରଣୀ ସଂଶୋଧନ, ନୂତନ ଭୋଟରଙ୍କ ନାମ ପଞ୍ଜିକରଣ ଓ ନାମ ବିଲୋପପ୍ରକ୍ରିୟା ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଜାରୀ ରହିବ । ଏହି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ରୂପକ କୁକୁର ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିବାବେଳେ ବାଲିଗୁଡ଼ା ଓ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ପ୍ରତିନିଧୀ ଉପସ୍ଥିତ ରହି ଚିଠା ଭୋଟର ତାଲିକା ପ୍ରକାଶ କରିଥିଲେ ।