ବିଧାୟକଙ୍କ ଦ୍ୱାରା ୯୪ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ରାମନାଗୁଡ଼ା ତହସିଲ ଅନ୍ତର୍ଗତ ରାଜସ୍ୱ ବିଭାଗ ପକ୍ଷରୁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ରାମନାଗୁଡ଼ା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ, ପ୍ରଶାନ୍ତ ଗୌଡ଼, କମଳ ମୁଟୁକା, ବିଜୟ ମାଣ୍ଡାଙ୍ଗୀ, ବନମାଳୀ ମହାରଣା, ମକର ଧୋବା, ରଞ୍ଜନ ନାୟକ ବେହେରା, ଆନନ୍ଦ ପରିଚ୍ଛା, ଶିବ ପ୍ରସାଦ ବ୍ରହ୍ମା ଓ ଭି କୁମାର ସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ରାମନାଗୁଡ଼ା ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ସର୍କଲର ସମୁଦାୟ ୯୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସେହିପରି କୁଜେନ୍ଦୀ ରାଜସ୍ୱ ସର୍କଲର ତାମିଙ୍ଗି ଗ୍ରାମରେ ପ୍ରଥମେ ବିଧାୟକ ରଘୁନାଥ ଗମାଙ୍ଗ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ତାମିଙ୍ଗି ଗ୍ରାମର ୨୧ ପରିବାରକୁ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ଗୋପାଳପୁରରୁ ୯, ରାମନାଗୁଡ଼ାରୁ ୧୦, ପୁରଟିଗୁଡ଼ାରେ ଜଣେ, ସୁଲୁଡ଼ିରେ ୪୧, ହାଡୁଗୁଡ଼ାରେ ୧୧ ଓ ପାଲିକିଡ଼ାଙ୍ଗରେ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା । ଏହି ଜଙ୍ଗଲ ଜମି ପଟ୍ଟା ପାଇଲା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାଦ୍ୱାରା ସେହି ଜଙ୍ଗଲ ଜମିରେ ଅଧିକରୁ ଅଧିକ ଫସଲ ଉତ୍ପାଦନ କରିପାରିବେ । ଏଥିରେ ଗୋସେଇଁ ଗୁଲୁମୁଣ୍ଡା ଗିରିଧର ସାହୁ, କୁଜେନ୍ଦ୍ରୀ ଅନୁରାଗ ସେଠୀ, ରାମନାଗୁଡ଼ା ରାଜସ୍ୱ ନିରୀକ୍ଷକ ମମତା ରାଣୀ ଖଞ୍ଜା, ଗୋଗୁ ପାଡ଼ୁ ରାଜସ୍ୱ ନିରୀକ୍ଷକ ଗାମ୍ବାଳି ଗୌତମି ଗରଣ୍ଡା, ରାଜସ୍ୱ ନିରୀକ୍ଷକ ଅରୁଣ କୁମାର ଦାସ, ସୁପରଭାଇଜର ସିବାନନ୍ଦ ଦାସ ଓ ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳଙ୍କ ଉପସ୍ଥିତିରେ ପଟ୍ଟା ବଣ୍ଟନ କରାଯାଇ ଥିବାବେଳେ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ସହିତ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।