କୋଭିଡ ରୋଗୀଙ୍କ ପାଇଁ ଭୋପାଳ ରେଲୱେର ୨୦ ଆଇସୋଲେସନ କୋଚ

ଭୋପାଳ,ଏନ୍ଏନ୍ଏସ୍: ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ସେମାନଙ୍କ ପାଇଁ ଆଇସୋଲେସନ ସେଣ୍ଟରର ଅଭାବ ଦେଖାଦେଇଛି। ଏହି ସମୟରେ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅବହେଳା ଦେଖାଦେଇଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛି ଭାରତୀୟ ରେଲୱେ।

ମଧ୍ୟପ୍ରଦେଶରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଟ୍ରେନର ୨୦ଟି ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରିଛି ରେଳ ବିଭାଗ। ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ, ୨୦ଟି ବଗିକୁ ବ୍ୟବହାର କରାଯିବ। ପଶ୍ଚିମ କେନ୍ଦ୍ରୀୟ ରେଲୱେ ପକ୍ଷରୁ ଭୋପାଳ ରେଳ ଷ୍ଟେସନରେ ୨୦ଟି ଆଇସୋଲେସନ କୋଚକୁ ଆଜିଠାରୁ(ରବିବାର) କାର୍ଯ୍ୟକାରୀ କରାଯାଇଛି। ଏଥିରେ ୩୨୦ ଶଯ୍ୟା ରହିଛି।