ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ କେହି ଜଣେ ନକଲି ଟ୍ୱିଟର ଆକାଉଣ୍ଟ କରିଥିବା ଜଣାପଡ଼ିଛି। ଏଥିରେ ଦୁର୍ବୃତ୍ତ ଜଣକ ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବ ବୋଲି ସେୟାର କରିଛି। ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ ପର୍ଯ୍ୟନ୍ତ ହେବ ବୋଲି ଲେଖାଯାଇଛି।

ଗଣଶିକ୍ଷା ମନ୍ତ୍ରୀଙ୍କ ଆକାଉଣ୍ଟରୁ ଟ୍ୱିଟ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତଦନ୍ତ ପରେ କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟ୍ୱିଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି । ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ମୋ ନାମରେ କେହି ଫେକ୍ ଆକାଉଣ୍ଟ ଖୋଲି ଏପରି ମିଥ୍ୟା ପ୍ରଚାର କରିଛନ୍ତି। ସେ ନିଜ ନକଲି ଟୁଇଟର ଆକାଉଣ୍ଟରେ ଟ୍ୱିଟ୍ କରାଯାଇଥିବା ଲେଖାର ସ୍କ୍ରିନସଟ ନେଇ ଅସଲି ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାସହ ଏସବୁ ମିଥ୍ୟା ପୋଷ୍ଟ ଠାରୁ ଦୂରେଇ ରୁହିବାକୁ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି।