ପ୍ରଥମଥର ପାଇଁ ଡିଇଓ କାର୍ଯ୍ୟାଳୟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଗୁରୁ ଦିବସ ଅବସରରେ ପ୍ରଥମଥର କରି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରୁ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, କର୍ମଚାରୀ ଓ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳ ହୋଇଛି ବୋଲି କହିଥିଲେ । ଉକ୍ତ ଶିବିରରେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁ ଓ ବିଜ୍ଞାନ ସୁପରଭାଇଜର ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସମେତ ୬୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଫିସ କର୍ମଚାରୀ ପ୍ରମୁଖ ରକ୍ତଦାନ କରିଛନ୍ତି । ଉକ୍ତ ଶିବିରକୁ ଜୁନିୟର ରେଡକ୍ରସ ଅଧିକାରୀ ନାରାୟଣ ପାଇକରାୟ ଓ ରେଡକ୍ରସ୍ ପରାମର୍ଶଦାତା ପରିଚାଳନା କରିଥିଲେ ।