ଚଳିତ ମାସ ହାତକୁ ଦି’ହାତ ହେବେ ରାଘବ ଓ ପରିନୀତି

ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ସାଂସଦ ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଚଳିତ ମାସ ବିବାହ କରିବାକୁ ଯାଉଛନ୍ତି । ଉଦୟପୁର ରାଘବ ଓ ପରିନୀତିଙ୍କ ବିବାହର ସାକ୍ଷୀ ହେବାକୁ ଯାଉଛି । ବିବାହର ସମସ୍ତ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ ଓ ୨୪ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ବିବାହରେ ଅନେକ ନାମୀ ହସ୍ତୀ ସାମିଲ ହେବାକୁ ଥିବାରୁ ବୁକିଂ ଆରମ୍ଭ ହୋଇଯାଇଛି । କିନ୍ତୁ ଆନୁଷ୍ଠାନିକ ରୂପେ ରାଘବ ଓ ପରିନୀତିଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

ସୂଚନାଯୋଗ୍ୟ, କିଛି ସପ୍ତାହ ପୂର୍ବରୁ ବିବାହ କାର୍ଯ୍ୟକ୍ରମ ପାଇଁ ପରିଣୀତି ଚୋପ୍ରା ଉଦୟପୁର ଯାଇଥିଲେ । ଏଠାକାର ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ ଏବଂ ଉଦୟପୁର ସମ୍ବନ୍ଧରେ ସୂଚନା ପ୍ରାପ୍ତ କରିଥିଲେ । ପରିଣୀତି ବିବାହ କାର୍ଯ୍ୟକ୍ରମ ପାଇଁ ଜୟପୁର ମଧ୍ୟ ଗସ୍ତ କରିଥିଲେ ।