ପଶ୍ଚିମ ଓଡିଶା ଯୁବାମଞ୍ଚ ଓ ସାମାଜିକ କଲ୍ୟାଣ ସଂଗଠନ ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼,ଏନ୍ଏନ୍ଏସ୍: ବଗଗଡ଼ ଜିଲ୍ଲା ଅତାବିରା ବ୍ଳକ୍ କାଠଡେରା ଠାରେ ପଶ୍ଚିମ ଓଡିଶା ଯୁବାମଞ୍ଚ ଓ ସାମାଜିକ କଲ୍ୟାଣ ସଂଗଠନ ଲଚିଦାର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଶ୍ଠିତ ହୋଇଯାଇଛି। ମୋବାଇଲ ରକ୍ତ ସଂଗ୍ରହ ଗାଡ଼ିରେ ଅନୁଷ୍ଠିତ ଏହି ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାର ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ତେବେ ଏଥିରେ ଲଚିଦା ସରପଞ୍ଚ ଦିବ୍ୟଂଶୁ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅରୁପା ସୁପକାର, ଅଜିତ କୁମାର ପତି ଶିବିର ପରିଚାଳନାରେ ସହଯୋଗ କରିଥିଲେ।