ଖେଲୋ ଇଣ୍ଡିଆ ପକ୍ଷରୁ ଦିବାରାତ୍ର ଭଲି ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ମିନି ଷ୍ଟାଡିୟମରେ ଶନିବାର ଖେଲୋ ଇଣ୍ଡିଆ ତରଫରୁ ଦିବା ରାତ୍ରି ଭଲି ବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ମହେଶ୍ୱର ପୃଷ୍ଟି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମ୍ବାଦିକ ନୃସିଂହ ନାଥ ସିଂହ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ସାମ୍ବାଦିକ ବିଜୟ ରତ୍ନ ପତି, ଖିରେଇଙ୍ଗିରୀ ସରପଞ୍ଚ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ସବୀର ଦାଶ ପରିଚାଳନା କରିଥିବାବେଳେ ପାର୍ଥ ସାରଥୀ ବେଜ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଘାଟନୀ ମ୍ୟାଚ ସୁଲତାନ ଏକାଦଶ ସହ ଖେଳ ଇଣ୍ଡିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସୁଲତାନ ଏକାଦଶ ସାନ୍ତରାପୁର କେନ୍ଦୁଝର, ଖେଳ ଇଣ୍ଡିଆ, ସ୍ୱାମପାଟଣା, ଜାମୁଯୋଡି, କେନ୍ଦୁଝର, କରଞ୍ଜିଆ ଏକାଦଶ ଭାଗ ନେଇଥିଲେ। କଳାକାର ସାମଲ ଓ ଶ୍ରୀକାନ୍ତ ଖେଳ ପରିଚାଳନା କରିଥିଲେ।