ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୯ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୯୭୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୯ଲକ୍ଷ ୮୪ହଜାର ୨୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୮୧, କଟକରୁ ୧୪୦, ଷ୍ଟେଟପୋଲରୁ ୮୨, ଯାଜପୁରରୁ ୪୬, ବାଲେଶ୍ୱରରୁ ୪୧, ନୟାଗଡ଼ରୁ ୩୬, ଜଗତସିଂହପୁର ଓ ପୁରୀରୁ ୩୪ ଲେଖାଏଁ, ଭଦ୍ରକରୁ ୩୧, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରୁ ୨୦ ଲେଖାଏଁ, ସୁନ୍ଦରଗଡ଼ରୁ ୧୭ ଓ ସମ୍ବଲପୁର ଜିଲ୍ଲାରୁ ୧୫ଜଣ ରହିଛନ୍ତି। ସେହିପରି ବଲାଙ୍ଗିର ଓ କେଉଁଝରରୁ ୯ ଲେଖାଏଁ, ଅନୁଗୁଳରୁ ୮, କଳାହାଣ୍ଡିରୁ ୭, ଢେଙ୍କାନାଳ, ଗଞ୍ଜାମ ଓ ରାୟଗଡ଼ାରୁ ୬ ଲେଖାଏଁ, ବରଗଡ଼ ଓ ମାଲକାନଗିରିରୁ ୫ ଲେଖାଏଁ, ଦେଓଗଡ଼ ଓ ଗଜପତିରୁ ୪ ଲେଖାଏଁ, ବୌଦ୍ଧ, କନ୍ଧମାଳ ଓ କୋରାପୁଟରୁ ୩ ଲେଖାଏଁ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୨ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮୪ ହୋଇଥିବାବେଳେ ୯ଲକ୍ଷ ୮୪ହଜାର ୨୨୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୨୮୯ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୨୮୯ଜଣ ଚିକିତ୍ସିତ ହେଉଛନ୍ତି।