ରେଙ୍ଗାଳବେଡ଼ା ସେବା ଧାମରେ ବିଶ୍ୱ ହିନ୍ଦୁ ପରିଷଦର ବୈଠକ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡ଼ାସ୍ଥିତ ସେବା ଧାମରେ ବିଶ୍ୱ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦ କେନ୍ଦ୍ରୀୟ ସେବା ପ୍ରମୁଖ ସଦସ୍ୟ ଜୟ ଜୀ ପରେଖ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ମଣିଷ ଜୀବନରେ ସେବା ସହିତ ସଂସ୍କାର ଥିଲେ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ମତ ଦେଇଥିଲେ । କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ଜୀବନ ସୁକାନ୍ତୀ ଜୀ ଯୋଗଦେଇ ସେବାକୁ ବ୍ରତ ଭାବେ ପାଳନ କରିବା ଉଚିତ ବୋଲି ପ୍ରକାଶ କରିଥିଲେ । ଅନ୍ୟପଟେ ରୋହିତ ଗଙ୍ଗଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସେବା ଧାମରେ ସମସ୍ତେ ନିଜକୁ ସେବା ମାଧ୍ୟମରେ ସମର୍ପିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଲୋକନାଥ ପ୍ରଧାନ, ପଶ୍ଚିମ ପ୍ରାନ୍ତସେବା ମୁଖ୍ୟ ବିପିନ ବିହାରୀ ଗଡ଼ନାୟକ, ପଶ୍ଚିମ ପ୍ରାନ୍ତ ସମ୍ପାଦକ ଭକ୍ତ ପ୍ରସାଦ ସାହୁ ଓ ବିଶ୍ୱ ହିନ୍ଦୁ ପରିଷଦର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।