ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି । ଏହାପୂର୍ବରୁ ଏସସିଆର ସମିଟରେ ଏହି ସମୟ ଯୁଦ୍ଧର ନୁହେଁ ବୋଲି ପୁତିନଙ୍କୁ ମୋଦୀ କହିଥିଲେ ।
ସୂଚନାଯୋଗ୍ୟ, ଆମେରିକା ଓ ଅନେକ ୟୁରୋପୀୟ ଦେଶ ଋଷ ଉପରେ ବ୍ୟାନ ଲଗାଇଛନ୍ତି । କିନ୍ତୁ ଭାରତ ବର୍ତ୍ତମାନ ସୁଦ୍ଧା ଏ ସବୁଠୁ ଦୂରେଇ ରହିଛି । ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତ ଆଲୋଚନା ଓ କୂଟନୈତିକ ପଦ୍ଧତି କାଢ଼ିବା ଉପରେ ଜୋର ଦେଇଛି । ବୈଦେଶିକ ମନ୍ତ୍ରୀ ୟୁଏନ ସମେତ ଅନେକ ମଞ୍ଚରେ ଆଲୋଚନା ଜରିଆରେ ଏହାର ସମାଧାନ କାଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି ।