ନୂଆଦିଲ୍ଲୀ: ବାଙ୍ଗଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟର ଇଶାନ କିଶନ ଇତିହାସ ରଚିଛନ୍ତି । ଇଶାନ ବିସ୍ଫୋରକ ଭାବେ ବ୍ୟାଟିଂ କରି ୧୨୬ ବଲରେ ଦ୍ୱିଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଏଥିରେ ୨୩ଟି ଚୌକା ଓ ୯ଟି ଛକ୍କା ସାମିଲ ରହିଛି । ଏହାସହ ଇଶାନ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି ।
ଭାରତୀୟ କ୍ରିକେଟରେ ଇଶାନ କିଶନଙ୍କ ପୂର୍ବରୁ ସଚ୍ଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମା ଦ୍ୱିଶତକ ହାସଲ କରିଥିଲେ । କିନ୍ତୁ ଇଶାନ ୧୩୦ ବଲରେ ୨୧୦ ରନ୍ କରି ଆଉଟ ହୋଇଛନ୍ତି । ଏଥିରେ ୨୪ ଚୌକା ଓ ୧୦ ଛକ୍କା ସାମିଲ ରହିଛି । ଏଥିସହିତ ଦିନିକିଆ କ୍ରିକେଟରେ ଦ୍ରୁତ ଦ୍ୱିଶତକ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଇଶାନଙ୍କ ପୂର୍ବରୁ ୱେଷ୍ଟେଣ୍ଡିଜର ପୂର୍ବତନ ଖେଳାଳି କ୍ରିସ ଗେଲ ୧୩୮ ବଲରେ ଦ୍ୱିଶତକ ହାସଲ କରି ରେକର୍ଡ କରିଥିଲେ ।