ଅଣ୍ଡା ଖାଇବାକୁ ନେଇ ଆଲୋଚନାର ଶିକାର ହେଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ଅଣ୍ଡା ଖାଇବାକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ସେଥିପାଇଁ ବିରାଟଙ୍କୁ ସଫେଇ ମଧ୍ୟ ଦେବାକୁ ପଡ଼ିଛି। ସେ ଭେଗାନ ବୋଲି କେବେ ବି ଦାବି କରିନଥିବା ବିରାଟ ଟ୍ୱିଟ୍ କରି କହିଛନ୍ତି।

ଇନଷ୍ଟାଗ୍ରାମରେ ବିରାଟ ଏକ ପ୍ରଶ୍ନ-ଉତ୍ତର ସେସନ ରଖିଥିଲେ ଯେଉଁଥିରେ ଜଣେ ଫ୍ୟାନ ବିରାଟଙ୍କୁ ତାଙ୍କ ଡାଏଟ୍ ସମ୍ପର୍କରେ ପଚାରିଥିଲେ। ଏହାର ଜବାବରେ ଖୁବ୍ ପରିମାଣରେ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, ପାଳଙ୍କ ଓ ଦୋସା ଖାଇବାକୁ ଭଲ ପାଆନ୍ତି ବୋଲି ବିରାଟ କହିଥିଲେ। ତାଙ୍କ ଭୋଜନରେ ଅଣ୍ଡା ଥିବା ଶୁଣି ଲୋକେ ଚକିତ ହୋଇଥିଲେ। ସେଥିପାଇଁ ତାଙ୍କୁ ଲୋକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନ ଓ ଆଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।