ଭୁବନେଶ୍ୱରରୁ ଆଉ ୯୭୪ କୋଭିଡ ଆକ୍ରାନ୍ତ ଚିହ୍ନଟ, ୧୦୪୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ପୁଣି କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ିଯାଇଛି। ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ୯୭୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ଲୋକାଲରୁ ୮୦୪ ଜଣ ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୧୭୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀରୁ ସର୍ବାଧିକ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୪୭ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଏଥିସହିତ ଭୁବନେଶ୍ୱରରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୭୬ ହଜାର ୭୫୮ରେ ପହଞ୍ଚିଛି। ସେଥିରୁ ୬୫ ହଜାର ୨୨୨ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୩୪୧ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ରାଜଧାନୀରେ ୧୧ ହଜାର ୧୭୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।