ପଟିଆଲା: ଖଲିସ୍ତାନ ବିରୋଧରେ ହିଂସା ପରେ କର୍ଫ୍ୟୁ, ହିନ୍ଦୁ ସଂଗଠନର ଆଜି ବନ୍ଦ ଘୋଷଣା

ପଟିଆଲା,ଏଜେନ୍ସି: ପଞ୍ଜାବର ପଟିଆଲାରେ ଖଲିସ୍ତାନ ମୁର୍ଦାବାଦ ଶୋଭାଯାତ୍ରା ସମୟରେ ଶିବସୈନିକ ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏପ୍ରିଲ ୨୯ ତାରିଖରେ ହୋଇଥିବା ଏହି ଉତ୍ତେଜନା ପରିସ୍ଥିତି ପରେ ପଟିଆଲାରେ ଅଶାନ୍ତି ଦେଖାଯାଇଛି । ଶୋଭାଯାତ୍ରାର ନେତୃତ୍ୱ କରିଥିବା ହରୀଶ ସିଙ୍ଗଲାଙ୍କ କାର ଉପରେ ପଥରମାଡ଼ ହେଶଇଛି । ପରିସ୍ଥିତି ଉତ୍ତେଜନା ଥିବାରୁ ପୋଲିସ-ପ୍ରଶାସନ କର୍ଫ୍ୟୁ ଲାଗୁ କରିଛନ୍ତି ।

ଏହି ଘଟଣା ବିରୋଧରେ ଶିବସେନା ହିନ୍ଦୁସ୍ତାନ ନାମରେ ଏକ ହିନ୍ଦୁ ସଂଗଠନ ଏପ୍ରିଲ ୩୦ରେ ପଟିଆଲା ବନ୍ଦ ଆହ୍ୱାନ କରିଛି । ଶିବସେନା ହିନ୍ଦୁସ୍ତାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପବନ ଗୁପ୍ତା କହିଛନ୍ତି ଯେ, ଖଲିସ୍ତାନ ବିରୋଫରେ ଶୋଭାଯାତ୍ରାରେ କାଳୀ ଦେବୀ ମନ୍ଦିର ସହିତ କୌଣସି ନେଣ-ଦେଣ ନାହିଁ । ଖଲିସ୍ତାନ ସମର୍ଥକ ମନ୍ଦିରରେ ଆକ୍ରମଣ କରି ମନ୍ଦିରର କ୍ଷତି ପହଞ୍ଚାଇଛନ୍ତି । ସେମାନେ ଖଲିସ୍ତାନ ସମର୍ଥକଙ୍କ ବିିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ବନ୍ଦ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଚର୍ଚ୍ଚା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ମାମଲାର ତଦନ୍ତ ହେବ । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।