ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ମମତା ବାନାର୍ଜୀ, ପଞ୍ଜାବ ପାଇଁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ନିଜର ପଶ୍ଚିମବଙ୍ଗ ସମକକ୍ଷ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଂଜାବ ବିଧାନସଭା ନିର୍ବାଚନରେ ଏହି ୨ ମୁଖ୍ୟମନ୍ତ୍ରୀଙ୍କ ଏହା ଥିଲା ପ୍ରଥମ ସାକ୍ଷାତ । ମମତାଙ୍କ ପୁତୁରା ତଥା ଅଭିଷେକ ବାନାର୍ଜୀଙ୍କ ସରକାରୀ ବାସଭବନରେ ହୋଇଥିବା ଏହି ଭେଟରେ ପଞ୍ଜାବରେ ବିଜୟ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମମତା ବାନାର୍ଜୀ ଶୁଭେଚ୍ଛା ଜଣାଇଛନ୍ତି ।

ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କର ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର । ଆମ ଆଦମୀ ପାର୍ଟି ପଞ୍ଜାବରେ ବିପୁଳ ବିଜୟଲାଭ କରିଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କୁ ମମତା ବାନାର୍ଜୀ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଗୋଆରେ ନିକଟରେ ବିଧାନସଭା ନିର୍ବାଚନ ଲଢ଼ିବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ ।