ବିଦେଶରୁ କୋଇଲା ଆମଦାନୀରେ ସମସ୍ୟା, ୧୨ ରାଜ୍ୟରେ ହେଉଛି ବିଦ୍ୟୁତ୍ କାଟ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଦ୍ୟୁତ୍ କାଟ ହେଉଛି । ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଂଜାବ, ହରିୟାଣା, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଏଥିରେ ସାମିଲ ରହିଛି । ଏହି ରାଜ୍ୟଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିସାରିଥିଲେ ମଧ୍ୟ ବିଦ୍ୟୁତ ୭ରୁ ୮ ଘଣ୍ଟା କାଟି ଦିଆଯାଉଛି । କୁହାଯାଉଛି ଯେ, ରୁଷିଆ-ୟୁକ୍ରେନ୍ ଯୁଦ୍ଧ କାରଣରୁ କୋଇଆ ଆମଦାନୀରେ ପ୍ରଭାବ ପଡୁଛି । ପୂରା ଭାରତରେ ବିଦ୍ୟୁତର ଚାହିଦା ଶୁକ୍ରବାର ଦିନ ୨ଟା ୫୦ରେ ୨,୦୭,୧୧୧ ମେଗାୱାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ପାୱାର ପ୍ଲାଣ୍ଟ ପାଖରେ କୋଇଲା ସଂକଟ ଦେଖାଯାଇଥିବାରୁ ବିଦ୍ୟୁତ କାଟ ହେଉଛି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଦେଶର ପ୍ଲାଣ୍ଟରେ ପାଖାପାଖି ୨୨ ମିଲିୟନ ଟନ କୋଇଲା ଅଛି, ଯାହା ୧୦ ଦିନ ପାଇଁ ପର୍ଯ୍ୟାପ୍ତ ଏବଂ ଏହାର ପୂରଣ ଲଗାତାର କରାଯିବ । ଏମିତିରେ ଝାଡ଼ଖଣ୍ଡ, ହରିୟାଣା, ବିହାର, ପଂଜାବ, ମହାରାଷ୍ଟ୍ର ଆଦି ରାଜ୍ୟରେ ଲଗାତାର ବିଦ୍ୟୁତ ସଂକଟ ଦେଖାଯାଇଛି । ଜରୁରୀକାଳୀନ ସେବାରେ ବିଦ୍ୟୁତ କାଟ୍‌କୁ ନେଇ ଦିଲ୍ଲୀ କେନ୍ଦ୍ରକୁ ପତ୍ର ଲେଖିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟ ସ୍ଥିତିରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି ।

କେନ୍ଦ୍ର ସରକାର ୬୫୭ ପାସେଞ୍ଜର ଟ୍ରେନ୍‌କୁ ବାତିଲ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, ଏହି ଟ୍ରେନ୍‌ଗୁଡ଼ିକୁ ଏଇଥି ପାଇଁ ବାତିଲ କରାଯାଇଛି, ଏହା ଦ୍ୱାରା ପାୱାର ଷ୍ଟେସନ ପାଇଁ କୋଇଲା ଯୋଗାଇ ଦିଆଯାଇପାରିବ ।