ପଶ୍ଚିମବଙ୍ଗର ହାୱଡାରେ ହିଂସା: ବିଜେପିକୁ ଦାୟୀ କଲେ ମମତା

କୋଲକାତା: ବିଜେପିର ନିଲମ୍ବିତ ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦିତ ବୟାନକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜ ପୁଣିଥରେ ପଶ୍ଚିମବଙ୍ଗର ହାୱଡା ଜିଲ୍ଲାରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଉକ୍ତ ମାମଲାରେ ୭୦ ଜଣଙ୍କୁ ଗିରଫ କରାଯାଇଛି । ପ୍ରଶାସନ ଜୁନ୍ ୧୩ ପର୍ଯ୍ୟନ୍ତ ହାୱଡା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି । ଅନ୍ୟପଟେ ହାୱଡାର ଅନେକ ସ୍ଥାନରେ ୧୪୪ ଧାରା ମଧ୍ୟ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି ।

ମମତା ବାନାର୍ଜୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ହାୱଡାରେ ହିଂସକ ଘଟଣା ହେଉଛି । ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଏବଂ ସେମାନେ ଦଙ୍ଗା କରିବାକୁ ଚାହୁଁଛନ୍ତି । କିନ୍ତୁ ଏହାକୁ ସହ୍ୟ କରାଯିବ ନାହିଁ । ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।