ସିଂଘୁ ବୋର୍ଡରରେ ହିଂସାକାଣ୍ଡ: କୃଷକଙ୍କ ଭୁଜାଲି ମାଡ଼ରେ ଏସଏଚଓ ଆହତ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ଆଜି ଦିଲ୍ଲୀ-ହରିୟାଣା ସୀମାସ୍ଥିତ ସିଂଘୁ ବୋର୍ଡରରେ ହିଂସା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଛି। ନୂଆ କୃଷିି ବିଲକୁ ବିରୋଧ କରି ସିଂଘୁ ବୋର୍ଡରରେ ପ୍ରଦର୍ଶନ କରୁଥିବା କୃଷକ ଭୁଜାଲି ଚଲାଇବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଆଉ ଏଥିରେ ଅଲିପୁରର ଏସଏଚଓ ପ୍ରଦୀପ ପାଲିୱାଲ ଆହତ ହୋଇଛନ୍ତି।