ଇନ୍ଦିରା ଗାନ୍ଧୀଙ୍କ ରୂପରେ କଙ୍ଗନା

ମୁମ୍ବାଇ : ଚଳିତ ବର୍ଷ ରିଲିଜ ହେବାକୁ ଥିବା ଫିଲ୍ମ ‘ଥଲାଇବା’ରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକା ନିର୍ବାହ କରିଥିବା କଙ୍ଗନା ରନାୱତ ଏବେ ଆଉ ଜଣେ ବଡ଼ ରାଜନୀତିଜ୍ଞଙ୍କ ଚରିତ୍ରରେ ନଜର ଆସିବେ। ଏହି ବଡ଼ ରାଜନୀତିଜ୍ଞ ଜଣକ ହେଉଛନ୍ତି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଏହି ଫିଲ୍ମ ଏକ ବହି ଉପରେ ଆଧାରିତ ହେବ। ଏଥିରେ ଅପରେସନ ବ୍ଲୁ ଷ୍ଟାର ଓ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଜାରି ହୋଇଥିବା ଆପାତକାଳକୁ ମୁଖ୍ୟ ଭାବେ ଦର୍ଶାଯିବ। କଙ୍ଗନା ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିବେ।

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିର୍ବାହ କରିବାକୁ ନେଇ କଙ୍ଗନା କହିଛନ୍ତି ଯେ, ‘ହଁ ଆମେ ଏହି ପ୍ରୋଜେକ୍ଟରେ କାମ କରୁଛୁ ଓ ଯଥାଶୀଘ୍ର ସ୍କ୍ରିପ୍ଟ କାମ ଶେଷ କରାଯିବ। ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ ବରଂ ଏକ ଭବ୍ୟ ପିରିୟଡିକ୍ ଫିଲ୍ମ ହେବ। ଆଉ ଏହା ଆଜିର ଯୁବପୀଢ଼ୀଙ୍କୁ ଦେଶର ସାମାଜିକ-ରାଜନୈତିକ ସ୍ଥିତି ବୁଝେଇବାରେ ସହାୟକ ହେବ।